Mobile Advisory

Sl No.Message
1 ଧାନ ତଳି ପକାଇବା ପୂର୍ବରୁ ବିହନ ବିଶୋଧନ ନିଶ୍ଚୟ କରନ୍ତୁ. ପ୍ରତି ୧ କିଲୋ ଧାନ ବିହନ ରେ ୨ ଗ୍ରାମ ଭିଟାଭାସ୍କା ପାୱାର କିମ୍ବା ୨ ଗ୍ରାମ କାରବେଣ୍ଡଜ଼ୀମ ଭଲ ଭାବରେ ମିଶାଇ ବିଶୋଧନ କରନ୍ତୁ
2 ମହିସା ରୋଗ ଦେଖାଯାଉଥିବା ଅଂଚଳରେ ଧାନର ତଳି ଅବସ୍ଥାରେ ପ୍ରତି ୧ ଲିଟର ପାଣିରେ ୧ ଗ୍ରାମ ଟ୍ରାଇସାଇକ୍ଳଯ଼ୋଲ (Tricyclazol ) କିମ୍ବା ୨ ମି. ଲି ହିନୂସାନ ମିଶାଇ ସ୍ପ୍ରେ କରିବା ଦରକାର
3 ଗର୍ଭାବତୀ ଗାଈ ମାନଙ୍କୁ ଭିଟାମିନ D (୨୦-୩୦ ମିଲିଅନ ୟୁନିଟ ପ୍ରତି ଦିନ ହିସାବରେ) ଛୁଆ ଜନ୍ମ ହବାର ୫-୭ ଦିନ ପୂର୍ବରୁ ଖାଦ୍ୟରେ ମିଶାଇ ଦେଲେ ଦୁଗ୍ଧଜର ହେବାର ସମ୍ଭାବନା ଖୁବ କମ ହୋଇଥାଏ.ଛୁଆ ଜନ୍ମ ହେବ ପରେ ବାଛୁରୀ କୁ ମାର କସ କ୍ଷୀର ତିନି ଦିନ ପର୍ଯନ୍ତ ନିଶ୍ଚୟ ଦିଅନ୍ତୁ.କୃଷି ବିଜ୍ଞାନ କେନ୍ଦ୍ର, ଝାରସୁଗୁଡା
4 ଗାଈ ଛୁଆ ଜନ୍ମ କରିବାର ୪୫-୬୦ ଦିନ ମଧ୍ୟରେ ଗରମ କୁ ନ ଆସିଲେ , ତାକୁ ୩୦-୩୫ ଗ୍ରାମ ମିନେରାଲ ମିକ୍ସଚାର ପେଜ କିମ୍ବା ତୋରାଣି ମିଶାଇ ଖାଇବାକୁ ଦିଅନ୍ତୁ. କୃଷି ବିଜ୍ଞାନ କେନ୍ଦ୍ର , ଝାରସୁଗୁଡା
5 ଉଚ୍ଚାଜମି ପାଇଁ ଧାନ କିସମ- ସହଭାଗୀଧାନ, ସତ୍ୟଭାମା, ଖଣ୍ଡଗିରି, ସିଦ୍ଧାନ୍ତ, ବନ୍ଦନା , ଅଞ୍ଜଳି ବ୍ୟବହାର କରନ୍ତୁ. ବିହନ ସର୍ବଦା ଭଲ ସ୍ଥାନ ଯଥା ଗବେଷଣା ଅନୁଷ୍ଠାନ, କୃଷି ବିଶ୍ୱ ବିଦ୍ୟାଳୟ, ତଥା କୃଷି କାର୍ୟଳୟ ରୁ ସଂଗ୍ରହ କରନ୍ତୁ. କୃଷି ବିଜ୍ଞାନ କେନ୍ଦ୍ର , ଝାରସୁଗୁଡା
6 ଜଳ ସେଚିତ ମଧ୍ୟମ କିସମ ଜମି ପାଇଁ ଧାନ କିସମ ଯଥା ନବୀନ,ଲଲାଟ,ସି. ଆର.ଧାନ -305,ସି.ଆର. ଧାନ-୩୦୪,ସି.ଆର.ଧାନ -୩୦୭ ତଥା ଶଙ୍କର କିସମ ଅଜୟ ଓ ରାଜଲକ୍ଷ୍ମୀ ବ୍ୟବହାର କରନ୍ତୁ.ଜଳ ସେଚିତ ଖାଲୁଆ ଜମି ପାଇଁ ଧାନ କିସମ ଯଥା -ପୂଜା, ସି. ଆର. ଧାନ -୩୦୦, ସି. ଆର. ଧାନ -୭୦୨(ଶଙ୍କର କିସମ ) ବ୍ୟବହାର କରନ୍ତୁ. KVK JSG
7 ବାଇଗଣ,ଟମାଟୋ ଓ ଲଙ୍କା ତଳି ର ଚେରକୁ ଏକ ଲିଟର ପାଣିରେ ୧.୫ ଗ୍ରାମ କାର୍ବୋଣ୍ଡଜିମ (ବାଭିଷ୍ଟିନ) + ପ୍ଲାଣ୍ଟମାଇସିନ ୧.୫ ଗ୍ରାମ + ୧୦ ଗ୍ରାମ କାର୍ବୋଫୁରାଣ ( ଫୁରଡାନ) ଦ୍ରବଣରେ ୩ ଘଣ୍ଟା ବୁଡାଇ ରଖି ମୁଖ୍ୟ କିଆରୀ ରେ ଲଗାଇଲେ ଝାଉଁଳା ରୋଗ ହବାର ସମ୍ଭାବନା କମ ହୋଇଥାଏ .କୃଷି ବିଜ୍ଞାନ କେନ୍ଦ୍ର ଝାରସୁଗୁଡା
Hide Main content block

Copyright © Krishi Vigyan Kendra Jharasuguda

Visitor Counter